Lok Sabha Election 2024: 'ରାହୁଲଯାନ ନାଁ ଲଞ୍ଚ ହୋଇପାରୁଛି ନାଁ ଲ୍ୟାଣ୍ଡ କରିପାରୁଛି'
Advertisement
Article Detail0/zeeodisha/odisha2210157

Lok Sabha Election 2024: 'ରାହୁଲଯାନ ନାଁ ଲଞ୍ଚ ହୋଇପାରୁଛି ନାଁ ଲ୍ୟାଣ୍ଡ କରିପାରୁଛି'


Rajnath Singh on Rahulyaan: ଦଳ ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନ ସଭାକୁ ସମ୍ବୋଧିତ କରିବା ଅବସରରେ ବିଜେପି ନେତା ରାଜନାଥ ସିଂହ କହିଛନ୍ତି ଯେ ରାହୁଲଯାନ ନାଁ ଲଞ୍ଚ ହୋଇପାରୁଛି ନାଁ ଲ୍ୟାଣ୍ଡ କରିପାରୁଛି।

Lok Sabha Election 2024: 'ରାହୁଲଯାନ ନାଁ ଲଞ୍ଚ ହୋଇପାରୁଛି ନାଁ ଲ୍ୟାଣ୍ଡ କରିପାରୁଛି'

Rajnath Singh on Rahul Gandhi: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ପ୍ରଚାର। ଏହି କ୍ରମରେ ବିଜେପି ନେତାମଧ୍ୟ କେରଳରେ ଜୋରଦାର ରାଲି କରୁଛନ୍ତି। ଗୁରୁବାର (ଅପ୍ରେଲ ୧୮) କୋଟାୟମ ଠାରେ ଏକ ନିର୍ବାଚନ ରାଲି କରିବା ଅବସରରେ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ "ଆଦିତ୍ୟଯାନ" ସୂର୍ଯ୍ୟ ନିକଟରେ ପହଞ୍ଚିସାରିଛି। ବର୍ତ୍ତମାନ ବିଜେପି ଆଗାମୀ ୫ ବର୍ଷରେ "ଗଗନଯାନ" ଲଞ୍ଚ କରିବାକୁ ଯାଉଛି। ସମସ୍ତଙ୍କର ଲଞ୍ଚ ହୋଇପାରୁଛି। ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଗତ ୨୦ ବର୍ଷ ମଧ୍ୟରେ ଲଞ୍ଚ ହୋଇପାରୁ ନାହାଁନ୍ତି।

ରାଜନାଥ ସିଂହ ଆହୁରି କହିଛନ୍ତି ଯେ କଂଗ୍ରେସ ଦଳର "ରାହୁଲଯାନ" ନାଁ ଲଞ୍ଚ ହୋଇପାରୁଛି ନାଁ ଲ୍ୟାଣ୍ଡ କରିପାରୁଛି। ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶରୁ କେରଳକୁ ପଳାଇ ଆସିଛନ୍ତି। ଗତ ଥରର ଲୋକସଭା ନିର୍ବାଚନରେ ସେ ଆମେଠି ଆସନରେ ପରାସ୍ତ ​ହୋଇଥିଲେ। ଏଥର ସେ ଆମେଠି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସାହସ ଜୁଟାଇ ପାରୁନାହାଁନ୍ତି। ମୋତେ ଖବର ମିଳିଛି ଯେ ୱାୟନାଡ ଆସନର ମତଦାତା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଏଥର ସେମାନେ ରାହୁଲ ଗାନ୍ଧୀଙ୍କୁ ସେମାନଙ୍କର ସାଂସଦ କରିବେ ନାହିଁ। ତାଙ୍କ ବିରୋଧରେ ଶାସକ ବାମ ମେଣ୍ଟ ମଧ୍ୟ ପ୍ରାର୍ଥୀ ଦେଇସାରିଛି।

ଏଥର ରାହୁଲ ଗାନ୍ଧୀ କେରଳ ୱାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି। ଯେଉଁଠି ଆସନ୍ତା ଅପ୍ରେଲ ୨୬ ତାରିଖରେ ମତଦାନ ହେବାକୁ ଯାଉଛି। ଏହା ପରେ ଯାଇ ଆମେଠି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଏଥର ଆମେଠି ଆସନରୁ କିଏ ନିର୍ବାଚନ ଲଢିବ ସେ ଅନେକ ପ୍ରକାରର ଆଲୋଚନା ହେଉଛି। କେତେବେଳେ ରାହୁଲ ଗାନ୍ଧୀଙ୍କ ନାମ ଆସୁଛି ଆଉ କେତେ ବେଳେ ରବର୍ଟ ଭଦ୍ରାଙ୍କ ନାଁ ସାମ୍ନାକୁ ଆସୁଛି। ଗୋଟିଏ ଦିନ ପୂର୍ବରୁ ଗାଜିଆବାଦ ଠାରେ ଅଖିଳେଶ ଯାଦବଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବା ଅବସରରରେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସମାନ ପ୍ରଶ୍ନ ପଚରା ଯାଇଥିଲା। ହେଲେ ସେ ଏହାକୁ ବିଜେପି ପ୍ରଶ୍ନ ବୋଲି କହିଥିଲେ। ଏନେଇ କହିଛନ୍ତି ଯେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆମେଠି ଆସନରୁ କିଏ ପ୍ରାର୍ଥୀ ସେ ନେଇ ନିଷ୍ପତ୍ତି ନିଆଯିବ। ଦଳ ଯାହା ଆଦେଶ ଦେବ, ସେ ତାହାକୁ ପାଳନ କରିବେ।

ଏଥର ରାହୁଲ ଗାନ୍ଧୀ ଆମେଠି ଆସନରୁ ନିର୍ବାଚନ ଲଢିବା ନେଇ ସନ୍ଦେହ ରହିଛି। କଂଗ୍ରେସ ଏହାର ପାରମ୍ପରିକ ଗଡ଼ କୁହାଯାଉଥିବା ଆମେଠି ସହ ରାଏବରେଲି ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ନାହିଁ। ଗତ ୨୦୦୪, ୨୦୦୯, ୨୦୧୪ ଲୋକସଭା ନିର୍ବାଚନରେ ଆମେଠି ଆସନରୁ ଲଗାତାର ୩ ଥର ସାଂସଦ ନିର୍ବାଚିତ ହୋଇଛନ୍ତି ରାହୁଲ ଗାନ୍ଧୀ। ହେଲେ ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ତାଙ୍କୁ ବିଜେପି ପ୍ରାର୍ଥୀ କେନ୍ଦ୍ରୀ ସ୍ମୃତି ଇରାନୀ ପରାସ୍ତ କରିଥିଲେ।

କଂଗ୍ରେସ ନେତାଙ୍କୁ ପ୍ରଶଂସା କରିଥିଲେ ରାଜନାଥ ସିଂହ
ରାଜନାଥ ସିଂହ ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କୁ ପ୍ରଶଂସା କରିଥିଲେ। ସେ ତାଙ୍କୁ ଜଣେ ଶୃଙ୍ଖଳିତ, ନୀତିଗତ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ। ଯାହାଙ୍କ ସଚ୍ଚୋଟତା ଉପରେ କେହି ପ୍ରଶ୍ନ ଉଠାଇପାରିବେ ନାହିଁ। ରାଜନାଥ ସିଂହ କହିଛନ୍ତି ଯେ ଅନିଲ ଆଣ୍ଟୋନି ନିର୍ବାଚନରେ ​​ହାରିଯିବା ଉଚିତ ବୋଲି ତାଙ୍କ ପିତା ଏ.କେ ଆଣ୍ଟୋନି କହିଛନ୍ତି। ମୁଁ ଜାଣେ ଯେ ସେ (ଏ.କେ ଆଣ୍ଟୋନି) ଜଣେ ନୀତିଗତ ବ୍ୟକ୍ତି ଏବଂ ମୁଁ ତାଙ୍କ ପରିସ୍ଥିତିକୁ ବୁଝିପାରୁଛି। ପୁଅ ଅନିଲ ଆଣ୍ଟୋନିଙ୍କୁ ସମର୍ଥନ କରିବା ତାଙ୍କ ପାଇଁ କଷ୍ଟକର। ହେଲେ ତଥାପି ମୁଁ ତାଙ୍କୁ କହିବାକୁ ଚାହେଁ ଯେ ଅନିଲ ହେଉଛି ଆପଣଙ୍କ ପୁଅ। ଆପଣ ତାକୁ ଭୋଟ୍ ଦେଇ ପାରିବ ନାହିଁ କିମ୍ବା ତାଙ୍କ ପାଇଁ ଭୋଟ ମାଗିପାରିବେ ନାହିଁ। ହେଲେ ଆପଣ ତାଙ୍କର ପିତା ହୋଇଥିବାରୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ଆଶୀର୍ବାଦ ତାଙ୍କ ସହିତ ରହୁ।